ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ୧୪ ଘଡ଼ିଆଲ ଛୁଆ

Published By : Prameya | May 25, 2025 8:56 AM

ବାରଙ୍ଗ,୨୫/୦୫: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର ।  ପ୍ରାୟ ୧୦ ବର୍ଷର ବ୍ୟବଧାନ ପରେ ପ୍ରାଣୀ ଉଦ୍ୟାନରେ ୧୪ଟି ଘଡ଼ିଆଳ  କୁମ୍ଭୀର ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି । ଆହୁରି ଛୁଆ ଥିବା ଅନୁମାନ  କରି ଖୁଆଡ଼ ଭିତରେ ବିଭିନ୍ନ ବାଲି ଗଦା ଖୋଳାଯାଇ ଖୋଜାଚାଲିଛି । 

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୨୦୧୫ ମସିହା ପରଠାରୁ ଭଲ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ନଥିଲେ । ଯେଉଁମାନେ ଥିଲେ ସେମାନଙ୍କ ଦ୍ୱାରା ବଂଶ ବୃଦ୍ଧି ହୋଇପାରୁନଥିଲା । ଏହାକୁ ଲକ୍ଷ୍ୟରଖି ୨୦୨୧ ମସିହାରେ  ରାଜସ୍ଥାନ ଜୟପୁରର ନାହାରଗଡ଼  ପ୍ରାଣୀଉଦ୍ୟାନ ପାର୍କରୁ ଦୁଇଟି ପୁରୁଷ  ଘଡ଼ିଆଳ କୁମ୍ଭୀର ଅଣାଯିବା ପରେ ଖୁଆଡ଼ରେ ଗୋଟିଏ ଛଡ଼ାଯାଇଥିଲା । ଏବେ ସେହି କୁମ୍ଭୀରର ମିଳନ ପରେ ଏକାଧିକ କୁମ୍ଭୀର ମା’ ହୋଇଥିବା ଜଣାପଡ଼ିଛି ।  ଘଡ଼ିଆଳ କୁମ୍ଭୀର ଶୀତ ଋତୁ ଶେଷରେ ସଙ୍ଗମ କରି ଗ୍ରୀଷ୍ମକାଳରେ ନଦୀ ବାଲିରେ ଗାତ ଖୋଳି ପ୍ରାୟ ୩୦ରୁ ୫୦ ପାଖାପାଖି ଅଣ୍ଡା ଦେଇଥାନ୍ତି । ଦୁଇରୁ  ଅଢ଼େଇ ମାସ ମଧ୍ୟରେ ଅଣ୍ଡା ଫୁଟି ଛୁଆ ବାହାରନ୍ତି । ୧୯୮୦ ମସିହାରେ  ନନ୍ଦନକାନନ ପ୍ରାଣୀଉଦ୍ୟାନର ଆବଦ୍ଧ ଜଳାଶୟରେ ମାଈ ଘଡ଼ିଆଳ ଅଣ୍ଡାଦାନ  କରିଥିଲେ । ୭୦/୭୫ ଦିନ ପରେ ସେହି ଅଣ୍ଡାଫୁଟି ଛୁଆ ଜନ୍ମ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.